Report Card Odisha

| Daily Odia News

ଭିକାରୀମୁକ୍ତ ହେବ ଭୁବନେଶ୍ୱର ସହର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ବିଏମ୍‌ସି, କମିଶନରେଟ ପୋଲିସ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏଥିପାଇଁ ଅଭିଯାନ କରାଯାଇଛି। ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଜନପଥ, ୟୁନିଟ ୧, ୟୁନିଟ ୨ ମାର୍କେଟ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଶନିମନ୍ଦିର, ଲିଙ୍ଗରାଜ ମନ୍ଦିର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଅଭିଯାନ ଚାଲିଛି। ପୂର୍ବରୁ ମଧ୍ୟ ଏପରି ଚଢ଼ାଉ କରି ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ବିଏମ୍‌ସି । ଆଜିଠାରୁ ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି ଜୋରଦାର କରିଛି। ରାଜ୍ୟ ବାହାରୁ ଆସି ରାଜଧାନୀର ବିଭିନ୍ନ ଟ୍ରାଫିକର ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ନିଷ୍ପତ୍ତି ହୋଇଛି।

Breaking News