Report Card Odisha

| Daily Odia News

୧୭ରୁ ଏମ୍ସ ଓପିଡି ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୭ ତାରିଖରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ହେବ । ଏନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ । ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ ହଜାର ଅତିକ୍ରମ କରୁଛି । ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍‌ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ହେଲେ ରୋଗୀ ସେବା ପୂର୍ବ ପରି ଚାଲୁ ରହିଛି।

Breaking News