ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ରୁ କୋରାପୁଟ ଜୟପୁରକୁ ଦ୍ୱିତୀୟ ବିମାନ ସେବା ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ। ‘ଇଣ୍ଡିଆ ୱାନ୍ ଏ’ ସଂସ୍ଥା ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ବିମାନ ଭୁବନେଶ୍ୱରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ୱରରେ ୧୦ଟା ୩୫ରେ ପହଞ୍ଚିବାକୁ ସ୍ଥିରିକୃତୀ ହୋଇଛି।ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..