ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବିମାନ ବନ୍ଦରର ହୋଇପାରେ ଘରୋଇକରଣ। ଦେଶର ୧୧ଟି ବିମାନ ବନ୍ଦରର ଘରୋଇକରଣକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି ଭଳି ବିମାନ ବନ୍ଦରରକୁ ଘରୋଇ କମ୍ପାନିକୁ ଦିଆଯିବ। ଫଳରେ ଏହାର ଉନ୍ନତି ସହ ବିମାନ ବନ୍ଦରର ପରିସୀମା ବଢ଼ାଇବାକୁ ଚେଷ୍ଟା କରାଯିବ। ଯେଉଁ ସବୁ ବିମାନବନ୍ଦର କ୍ଷତି ସହୁଛି ସେ ସବୁକୁ ଏଥିରେ ପ୍ରାଧାନ୍ୟ ଦିଆଯିବ। ଲାଭ ଓ କ୍ଷତି ସହୁଥିବା ଏୟାରପୋର୍ଟର ତାଲିକା ପ୍ରସ୍ତୁତ କରାଯାଇ ବିଡିଂ କରାଯିବ। ବିଡ୍ରେ ଯଦି କୌଣସି ସଂସ୍ଥା ଲାଭରେ ଥିବା ଏୟାରପୋର୍ଟକୁ ନିଏ ତାହେଲେ ସେହି ଡିଲରେ ଗୋଟିଏ କ୍ଷତି ସହୁଥିବା ବିମାନ ବନ୍ଦରର ଦାୟିତ୍ୱ ବି ନେବାକୁ ପଡ଼ିବ। ତେବେ ବିଡ୍ କେମିତି ହେବ, କଣ ରହିବ ସମ୍ପୂର୍ଣ୍ଣ ପ୍ରକ୍ରିୟା ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ୍ ନେବ।ଘରୋଇ କମ୍ପାନିମାନଙ୍କୁ ଲିଜ୍ରେ ଦିଆଯିବାକୁ ଥିବା ଏୟାରପୋର୍ଟ ଗୁଡିକ ମଧ୍ୟରେ ଭୁବନେଶ୍ୱର, ବାରାଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ, ରାଜତାଲ, ଉଦୟପୁର ବିମାନବନ୍ଦର ରହିଛି। ଏହି ସବୁ ବିମାନମନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍ ସୁତ୍ରରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..