ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଓ ଭୁବନେଶ୍ୱର ଜାତୀୟ ରାଜପଥ ୬ଲେନ୍ ବିଶିଷ୍ଟ ହେବ। ଚଣ୍ଡିଖୋଲ ରୋଡ୍ ଓ ବଡ଼ବିଲ୍ ମଧ୍ୟରେ ରାସ୍ତା ମଧ୍ୟ ୬ ଲେନ୍ ହେବ । ଓଡ଼ିଶା ସରକାର ଏହି ରାସ୍ତା ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରି ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ପଠାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡିଖୋଲ ରୋଡ-ବଡ଼ବିଲ ରାସ୍ତାକୁ ୬ଲେନ୍ ବିଶିଷ୍ଟ କରିବା ସହ ଉଭୟ ରାସ୍ତାରେ ଉଭୟ ପାଶ୍ୱର୍ରେ ଦୁଇଲେନ୍ ବିଶିଷ୍ଟ ସର୍ଭିସ ରୋଡ୍ ନିର୍ମାଣ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଅବଗତ କରାଯିବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପରବର୍ତ୍ତୀ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଏନେଇ ଜାତୀୟ ରାଜପଥ ପ୍ରାଧିକରଣର ଭୁବନେଶ୍ୱରସ୍ଥିତ ଆଂଚଳିକ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଦୁଇ ରାସ୍ତା ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ସହ ଏହାକୁ ଚୂଡ଼ାନ୍ତ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସେ ଅନୁରୋଧ କରିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..