ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ଭୁବନେଶ୍ୱର
ଓଡ଼ିଶାରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜାତୀୟ ରାଜପଥର ନିର୍ମାଣ ନେଇ ମୁଖ୍ୟ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି। ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି। ସେ ରାଜ୍ୟରେ କୋଷ୍ଟାଲ ହାଇୱେ ଏବଂ ରୋଡ ନେଟୱର୍କ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୪ ଲେନ୍ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିବା ପରେ ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀକ୍ଷେତ୍ରକୁ ଗମନା ଗମନା ସୁଗମ କରିବା ପାଇଁ ୪ ଲେନ୍ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ହେବ ୬ ଲେନ୍। ଏଥିସହ ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍ ରୋଡ୍ ତିଆରି ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା। ସେହିପରି ୮ ଲେନ୍ ହେବ ବଡ଼ବିଲ-ଚଣ୍ଡିଖୋଲ ଜାତୀୟ ରାଜପଥ(ଏନ୍ଏଚ୍)। ପ୍ରାୟ ୨୦୦ କିମି ବିଶିଷ୍ଟ ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍। ଏଥିସହ ୨ ଲେନ୍ ସର୍ଭିସ ରୋଡ୍ ମଧ୍ୟ ରହିବ। ବର୍ତ୍ତମାନ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଖୋର୍ଦ୍ଧା-ନୟାଗଡ଼ ଏନ୍ଏଚ୍ -୫୭ ହେବ ୪ ଲେନ। ୪ ଲେନ୍ ସହ ସର୍ଭିସ ରୋଡ୍ ମଧ୍ୟ ରହିବ। ଏଥିପାଇଁ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି କେସିଙ୍ଗା-ଜୁନାଗଡ଼ ଏନ୍ଏଚ୍ -୨୬ ହେବ ୪ ଲେନ୍। କେସିଙ୍ଗା-ଜୁନାଗଡ଼ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗଡ଼କରୀଙ୍କ ସହ ମିଟିଂରେ ଆଉ କିଛି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାରା ଓଡ଼ିଶାକୁ ଅଣ୍ଡାକୃତିର ରିଂ-ରୋଡ୍ ପାଇଁ ମୋହନ ମାଝୀଙ୍କ ପ୍ରସ୍ତାବ ରହିଛି। ଜୟପୁରରୁ ନୂଆପଡ଼ା-ଝାରସୁଗୁଡ଼ା-ସମ୍ବଲପୁର-କେନ୍ଦୁଝର ଏବଂ କେନ୍ଦୁଝରରୁ ଜଳେଶ୍ୱର-ବାଲେଶ୍ୱର-ପୁରୀ ହୋଇ ରାମେଶ୍ୱରମ ଯିବ ଏହି ରାସ୍ତା। ମୋଟୁରୁ ତିରିଂ ପର୍ଯ୍ୟନ୍ତ ୯୬୯ କିଲୋମିଟର ରାସ୍ତା, ନୂଆପଡ଼ା-ଅସ୍ତରଙ୍ଗ ଏବଂ ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀମାନେ ଯାଇଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
ଯାତ୍ରୀଙ୍କୁ ପିଟିଲେ ପାଇଲଟ…..
ଭିଜିଲାନ୍ସ ଜାଲରେ ରେଞ୍ଜର…..