ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ଭିଲାଇସ୍ଥିତ ବାସଭବନରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ପକ୍ଷରୁ ଚଢ଼ାଉ କରାଯାଇଛି। ଇଡି ଅଧିକାରୀମାନେ ୩ଟି କାରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଘେଲଙ୍କ ବାସଭବନକୁ ଯାଇ ଚଢ଼ାଉ କରିଥିଲେ। ସିଆରପିଏଫ ପକ୍ଷରୁ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ବଘେଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏ ସମ୍ପର୍କରେ ପୋଷ୍ଟ କରି ସୂଚନା ଦିଆଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଇଡି ପହଞ୍ଚିଛି। ଆଜି ବିଧାନସଭା ଅଧିବେଶନର ଶେଷ ଦିନ। ଆଦାନୀ ଗ୍ରୁପ ପାଇଁ ତମନାରରେ ଜଙ୍ଗଲ କଟାଯିବା ପ୍ରସଙ୍ଗ ବିଧାନସଭାରେ ଉତ୍ଥାପନ କରାଯିବାର ଥିଲା। କିନ୍ତୁ ସାହେବ ବଘେଲଙ୍କ ଘରକୁ ଇଡିକୁ ପଠାଇଛନ୍ତି।
More Stories
ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ…..
କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ…..
ବାଂଲାଦେଶରେ ସୁରକ୍ଷାବାହିନୀ-ହସିନା ସମର୍ଥକ ସଂଘର୍ଷ,୪ ମୃତ…..