Report Card Odisha

| Daily Odia News

ପୁନର୍ବାର ନିର୍ବାଚନ ଲଢିବେ ଜୋ ବାଇଡେନ୍‌……

President Joe Biden speaks before signing an executive order that would create the White House Office of Environmental Justice in the Rose Garden of the White House in Washington, Friday, April 21, 2023. (AP Photo/Susan Walsh)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ରାଷ୍ଟ୍ରପତି ପଦକୁ ନେଇ ଜୋ ବାଇଡେନ୍‌ ବଡ଼ ଘୋଷଣା କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢିବା ନେଇ ବାଇଡେନ୍‌ ନିଜ ଟ୍ବିଟର ପେଜ୍‌ରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେ ୨୦୨୦ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ ଓ ଜାନୁଆରୀ ୨୦୨୧ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ଦ୍ବିତୀୟ ଥର ପାଇଁ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ଏହାପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ଜୋ ବାଇଡେନ ରୋଜ୍ ଗାର୍ଡେନ ଦେଇ ଯାଉଥିଲେ, ସେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ସାର୍, ଆପଣ ପୁନର୍ବାର ନିର୍ବାଚନ ଲଢିବେ କି? ଏହାର ଉତ୍ତରରେ ବାଇଡେନ ହସି ହସି କହିଥିଲେ ‘ହଁ’। ଜୋ ବାଇଡେନ ଦୀର୍ଘ ଦିନ ଧରି କହି ଆସୁଥିଲେ ଯେ, ସେ ପୁନର୍ବାର ନିର୍ବାଚନ ଲଢିବାକୁ ଚାହୁଁଛନ୍ତି, କିନ୍ତୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନଥିବାରୁ ତାଙ୍କ ସମର୍ଥକମାନେ ସନ୍ଦେହରେ ଥିଲେ। ୮୦ ବର୍ଷୀୟ ବାଇଡେନ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି।

Breaking News