ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲୋରାଡୋ ସ୍ପ୍ରିଙ୍ଗ୍ସ୍ରେ ବାୟୁସେନା ଏକାଡେମିରେ ଉଦ୍ବୋଧନ ଦେବା ସହିତ ସ୍ନାତକମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ସାରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ମଞ୍ଚ ଉପରେ ଝୁଣ୍ଟି ପଡ଼ିଯାଇଥିଲେ।
ଏହି ଘଟଣାର ଭିଡିଓ କ୍ଲିପ୍ ଅବିଳମ୍ବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ମଞ୍ଚ ଉପରେ ୮୦ ବର୍ଷିୟ ବାଇଡେନ୍ ଡିପ୍ଲୋମା ପ୍ରଦାନ କରିସାରିବା ପରେ ବୁଲିପଡ଼ି ଫେରୁଥିବା ବେଳେ ଝୁଣ୍ଟି ଆଣ୍ଠେଇ ପଡ଼ିଥିଲେ। ତତ୍କ୍ଷଣାତ୍ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନ୍ଙ୍କୁ ଉଠାଇ ଠିଆ କରାଇଥିଲେ ବୋଲି ଗଣମାଧ୍ୟମରୁ ସୂଚନା ମିଳିଛି। ଏହାପରେ, କାହାରି ସହାୟତା ବିନା ବାଇଡେନ୍ ନିଜେ ସିଧାସଳଖ ଚାଲି ଚାଲି ଯାଇଥିଲେ। ହ୍ବାଇଟ୍ ହାଉସ୍ କମ୍ୟୁନିକେସନ୍ସ୍ ଡାଇରେକ୍ଟର୍ ବନେ୍ ଲାବୋଲ୍ଟ୍ ଟୁଇଟ୍ କରି କହିଛନ୍ତି, ରାଷ୍ଟ୍ରପତି ଭଲ ଅଛନ୍ତି। ସେ କରମର୍ଦ୍ଦନ କରୁଥିବା ବେଳେ ମଞ୍ଚ ଉପରେ ଭୁଲ୍ ସ୍ଥାନରେ ରଖାଯାଇଥିବା ଗୋଟାଏ ବାଲିବସ୍ତାରେ ଝୁଣ୍ଟି ପଡ଼ିଗଲେ। ରାଷ୍ଟ୍ରପତିଙ୍କ ଭାଷଣ ପାଇଁ ଟେଲିପ୍ରମ୍ପଟର୍ ରଖିବା ନିମନ୍ତେ ମଞ୍ଚ ଉପରେ ଦୁଇଟି ବାଲିବସ୍ତା ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ୯୨୧ ଜଣ ସ୍ନାତକ କ୍ୟାଡେଟ୍ଙ୍କ ସହିତ କରମର୍ଦ୍ଦନ କରିବା ଲାଗି ମଞ୍ଚ ଉପରେ ରାଷ୍ଟ୍ରପତି ବାଇଡେନ୍ ପ୍ରାୟ ଦେଢ଼ଘଣ୍ଟା କାଳ ଠିଆହୋଇଥିଲେ। ସନ୍ଧ୍ୟାବେଳେ ହ୍ବାଇଟ୍ ହାଉସ୍କୁ ଫେରି ରାଷ୍ଟ୍ରପତି ବାଇଡେନ୍ ହସି ହସି ସାମ୍ବାଦିକମାନଙ୍କୁ ମଜାରେ କହିଲେ, ମୁଁ ବାଲିବସ୍ତା ହୋଇଯାଇଥିଲି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..