ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଖ୍ୟ ସଚିବ ଯିବେ । ଏହା ଦ୍ବାରା ଓଡ଼ିଶାକୁ ପୁଞ୍ଜି ଆସିବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ । ପ୍ରକାଶଥାଉକି, ପୂର୍ବରୁ ହାଇଦ୍ରାବାଦରେ ଇଇନ୍ଭେଷ୍ଟର ମିଟ ଆୟୋଜିତ ହୋଇଥିବା ବେଳେ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଥିଲା । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଛି । ପାନୀୟ ଜଳ ସମସ୍ୟାକୁ ନେଇ ଟିକେ ଅସନ୍ତୋଷ ରହି ଆସିଛି ଆସନ୍ତା ବଜେଟରେ କିଛି ନୂଆ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ ହେବ ।ଅନ୍ୟପଟେ ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ହେବ । ଯାହାଦ୍ବାରା ସଚିବ ଓ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟ କରିବା ସହଜ ହେବ ବୋଲି କହିଛନ୍ତି ଅନୁ ଗର୍ଗ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ବନ୍ଧା ହେଲେ ନକଲି ଡାକ୍ତର…..
ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା…..