ରିପୋର୍ଟ କାର୍ଡ / ବିହାର
ପାଟନା ହାଇକୋର୍ଟରୁ ବିହାର କଂଗ୍ରେସକୁ ଲାଗିଛି ବଡ ଝଟକା । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ଏଆଇ ଦ୍ୱାରା ନିର୍ମିତ ଭିଡ଼ିଓ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସମ୍ପ୍ରତି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସ୍ୱର୍ଗତ ମାଆ ହୀରା ବେନ୍ଙ୍କ ଏକ ଏଆଇ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ଆଜି ଏହି ମାମଲାରେ ପାଟନା ହାଇକୋର୍ଟରେ ଶୁଣାଣି ସମୟରେ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପାଟନା ହାଇକୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଚାରପତି ପିବି ବଜନ୍ତରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଭିଡ଼ିଓ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି । ବିହାର କଂଗ୍ରେସ ନିଜର ଏକ୍ସ ପ୍ଲାଟଫର୍ମରେ ଏକ ଭିଡ଼ିଓ ଜାରି କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର୍ଗତ ମାଆଙ୍କୁ ସ୍ୱପ୍ନରେ ଦେଖାଯାଉଛି ଏବଂ ବିହାରରେ ତାଙ୍କ ରାଜନୀତିକୁ ସମାଲୋଚନା କରାଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲା । ଏହା ଲଜ୍ଜାଜନକ ବୋଲି କହିବା ସହ କଂଗ୍ରେସ ଦଳ ଏହି ବିଷୟକୁ ନେଇ ସ୍ପଷ୍ଟ କରି କହିଥିଲା ଯେ ଭିଡ଼ିଓରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ମାଆଙ୍କ ପ୍ରତି କୌଣସି ଅସମ୍ମାନ ଦେଖାଯାଇ ନାହିଁ । କଂଗ୍ରେସ ନେତା ପବନ ଖେରା ପଚାରିଥିଲେ ଯେ ଭିଡ଼ିଓକୁ ନେଇ ସେମାନଙ୍କର କ’ଣ ଆପତ୍ତି ଅଛି । ଭିଡ଼ିଓ ବିଷୟରେ କହିବାକୁ ଗଲେ ସେ କହିଛନ୍ତି କେବଳ ଜଣେ ମାଆ ତାଙ୍କ ପୁଅକୁ ଠିକ୍ ଶିଖାଇବାକୁ ଚେଷ୍ଟା କରୁଥିବାରୁ ଏଥିରେ ଅସମ୍ମାନ କେଉଁଠି? ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ‘ପାଟନା ହାଇକୋର୍ଟ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମାଆଙ୍କ ଏକ ମନଗଢା ଭିଡ଼ିଓକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସେମାନଙ୍କ ପାଇଁ ଏକ ଆଇନା, ଯେଉଁମାନେ ଦାବି କରୁଛନ୍ତି ଯେ ସମ୍ବିଧାନ ସଙ୍କଟନରେ ଅଛି । ଯଦି ସମ୍ବିଧାନ ଏବଂ ନ୍ୟାୟପାଳିକା ଅଛି, ତେବେ କାହାର ମା କିମ୍ବା ବାପାଙ୍କ ବିଷୟରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ଆଇନ ଅନୁଯାୟୀ ଏକ ଅପରାଧ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..