Report Card Odisha

| Daily Odia News

IAS ସ୍ତରରେ ବଡ଼ଧରଣ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଅଦଳବଦଳ ଅନୁଯାୟୀ, ଦେଓରଞ୍ଜନ କୁମାର ସିଂ ଅନୁ ଗର୍ଗଙ୍କ ସ୍ଥାନରେ ରାଜ୍ୟର ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଭାବେ କାର୍ଯ୍ୟଭାର ସମ୍ଭାଳିବେ। ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କରାଯାଇଛି। ଏଥିସହିତ ସେ OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶୁଭା ଶର୍ମା ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ। ଭାସ୍କରଜ୍ୟୋତି ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ।ପ୍ରଶାସନିକ ସ୍ତରରେ ଜିଲ୍ଲାପାଳଙ୍କ ମଧ୍ୟରେ ମଧ୍ୟ ଅଦଳବଦଳ ହୋଇଛି। ମଧୁସ୍ମିତା ରଥଙ୍କୁ ନୟାଗଡ଼ର ନୂଆ ଜିଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ, ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲାର ଦାୟିତ୍ୱ ପ୍ରଦାନ କରାଯାଇଛି।

Breaking News