Report Card Odisha

| Daily Odia News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ୟୁନିଫାଏଡ୍‌ ଅଟୋମେଶନ ସିଷ୍ଟମ (ୟୁଏଏସ୍‌) ମଡ୍ୟୁଲ ଉପସ୍ଥାନ ଲାଗୁହେବ। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ମଙ୍ଗଳବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚରେ ସମସ୍ତ ଜିଲ୍ଲା, ବ୍ଲକ୍‌ ଓ କ୍ଲଷ୍ଟରସ୍ତରରେ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମର, ବ୍ଲକ୍‌ ଏମ୍‌ଆଇଏସ୍‌ପିସି ଏବଂ ସିଆର୍‌ସିସିମାନେ ଯୋଗଦେଇଥିଲେ। ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତଥ୍ୟ ଓ ଉପସ୍ଥାନ ସମେତ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଯାଞ୍ଚ କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକ ଓ ଅନୁଗୋଳ ଜିଲା ଶିକ୍ଷାଧିକାରୀ ଏହି କାର୍ଯ୍ୟକୁ ସଫଳ କରିଥିବାରୁ ଉଭୟଙ୍କୁ ପ୍ରଶଂସା କରାଯିବା ସହ ଅନ୍ୟ ଜିଲ୍ଲା ଶିକ୍ଷାଧିକାରୀମାନେ ୨୦ ତାରିଖ ସୁଦ୍ଧା ୟୁଏଏସ୍‌ ଉପସ୍ଥାନ କାର୍ଯ୍ୟକାରୀ କରିବାକୁ ଓସେପା ପକ୍ଷରୁ କୁହାଯାଇଛି।

Breaking News