Report Card Odisha

| Daily Odia News

ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଅର୍ଥ ବିଭାଗର ନିର୍ଦ୍ଦେଶ ମୁତାବକ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଯାନବାହନ(EV) କିଣିବା ନେଇ ଅନୁମୋଦନ କରାଯାଇଛି। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମନ୍ତ୍ରୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ EV ଗାଡ଼ି କିଣା ଯାଇପାରିବ। ଏପରିକି ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବସ୍ତରୀୟ ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ EV ଯାନବାହନ କିଣିବା ନେଇ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିଲା ଜଜ୍‌, ଜିଲାପାଳ ଏବଂ ଏସ୍‌ପିଙ୍କ ଲାଗି EV ଯାନବାହନ କିଣାଯାଇପାରିବ। ଅର୍ଥ ବିଭାଗର ଅନୁମୋଦନ ପରେ ଏବଂ କିଣିପାରିବେ।

Breaking News