Report Card Odisha

| Daily Odia News

ପୋଲିସ ଉପରକୁ ଟ୍ରାକ୍ଟର ଚଢ଼ାଇ ଦେଲେ ବାଲି ମାଫିଆ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍‌କୁ ଟ୍ରାକ୍ଟର ଚଢାଇ ଦେଲେ ବାଲି ମାଫିଆ। ଫଳରେ ଜଣେ ଥାନା ଅଧିକାରୀ ମୃତ୍ୟୁ ହୋଇଥିବା ବେଳେ ଜଣେ ହୋମଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ବିହାରର ଜମୁଇ ଜିଲ୍ଲା ଗରହି ଥାନା ଅଞ୍ଚଳରେ | ସୂଚନା ମୁତାବକ, ଆଜି ପୋଲିସ କୁ ବେଆଇନ୍ ରୂପେ ବାଲି ମାଫିଆମାନେ ମୋହାଲିର ତାଣ୍ଡା ନଦୀରୁ ବାଲି ଚାଲାଣ କରୁଥିବା ନେଇ ସୂଚନା ମିଳିଥିଲା। ଏହାପରେ ଗରହି ଥାନା ଅଧିକାରୀ ହୋମଗାର୍ଡ ସହ ବାଇକ୍‌ରେ ଚାଢ଼ାଉ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ପୋଲିସ ପହଞ୍ଚିବା ପରେ ବେଆଇନ୍ ରୂପେ ବାଲି ଲଦା ହୋଇଥିବା ଏକ ଟ୍ରାକ୍ଟର ତାଙ୍କ ଆଡକୁ ମାଡି ଆସିଥିଲା। ଥାନା ଅଧିକାରୀ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିଥିବା ସତ୍ତ୍ୱେ କିଛି ଶୁଣି ନଥିଲେ ବାଲି ମାଫିଆ। ପୋଲିସ ଟିମ୍‌କୁ ଦଳି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଟ୍ରାକ୍ଟର। ଏହି ଘଟଣାରେ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ଓ ହୋମଗାର୍ଡ ରାଜେଶ କୁମାର ଗୁରୁତର ହୋଇଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଥାନାଅଧିକାରୀଙ୍କ ମୃତ୍ୟୁ ହୋଇଛି। ହୋମଗାର୍ଡଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି |

Breaking News