ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପାଇଁ ବିହାରରେ ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇଛି । ହୋଇଥିବା ଘୋଷଣା ମୁତାବକ ରାଜ୍ୟରେ ଆରଜେଡିକୁ ୨୬ଟି ଆସନ ମିଳିଛି। ସେହିପରି କଂଗ୍ରେସ ୯ଟି ଆସନରେ ଏବଂ ବାମପନ୍ଥୀମାନେ ୫ଟି ଆସନରେ ଲଢ଼ିବେ। ଆସନ ବୁଝାମଣାରେ ପୂର୍ଣ୍ଣିଆ ଆସନ କଂଗ୍ରେସକୁ ମିଳିନାହିଁ। ବାସ୍ତବରେ ପପୁ ଯାଦବ ମଧ୍ୟ ପୂର୍ଣ୍ଣିଆରୁ ଟିକେଟ୍ ଚାହୁଥିଲେ। ଆରଜେଡି ଏହି ଆସନରୁ ବୀମା ଭାରତୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ନେତା ପପୁ ଯାଦବ ଏହି ଆସନରୁ ଲଢ଼ିବାକୁ ଏବେ ବି ଜିଦ୍ ଧରିଛନ୍ତି। ଏହାକୁ ନେଇ ମେଣ୍ଟରେ ଅସ୍ଥିରତା ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..