Report Card Odisha

| Daily Odia News

ବାଇକ୍‌କୁ ଘୋଷାଡ଼ିି ନେଲା ପୋଲିସ ବସ୍‌, ୩ ମୃତ…..

ରିପୋର୍ଟ କାର୍ଡ / ପାଟନା

ରାସ୍ତାରେ ବାଇକ୍ ଉପରେ ଚଢ଼ି ଗଲା ପୋଲିସ ବସ୍ । ବିହାର ଛପରାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବାଇକ୍‌ କୁ ୧୦୦ ମିଟର ଯାଏଁ ଘୋଷାଡି ନେଲା ପୋଲିସ ବସ୍। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ବାଇକ୍‌ରେ ଯାଉଥିଲେ। ସୂଚନା ମୁତାବକ, ସୀତାବଦିଆରାରେ କନ୍ଦ୍ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଯବାନମାନଙ୍କୁ ନେଇ ଯାଉଥିବା ଏକ ପୋଲିସ ବସ୍ ଦେବରିଆ ଗାଁ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା। ବସ୍‌ଟି ବାଇକ୍ ଉପରେ ଚଢ଼ି ଯିବା ସହ ୧୦୦ ମିଟର ଯାଏ ଘୋଷାଡି ନେଇଥିଲା। ଫଳରେ ବାଇକ୍‌ରେ ଯାଉଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବସ୍ ତଳେ ଫସି ପ୍ରାଣ ହରାଇଥିଲେ। ଧକ୍କା ଦେବା ପରେ ବସ୍‌ରେ ନିଆଁ ଲାଗି ଆଉ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଭିଣ୍ଡ ଗାଁର ବାବୁଲାଲ ସିଂହ, କୁନ୍ଦନ ମାଞ୍ଝି ଓ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏମାନେ ତିନି ଜଣ କୌଣସି କାମରେ ବାଇକ୍‌ରେ ଯାଉଥିଲେ। ପୋଲିସ ବସ୍‌ରେ କେତେ ଜଣ ଥିଲେ ଓ କିଏ ଗୁରୁତର ଆହତ ହୋଇଛନ୍ତି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Breaking News