ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ଔରଙ୍ଗାବାଦରେ ଛଟ୍ ପୂଜା ସମୟରେ ଗୋଟିଏ ଘରେ ନିଆଁ ଲାଗି ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଔରଙ୍ଗାବାଦର ଏକ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ପରେ ନିଆଁ ସଂସ୍ପର୍ଶରେ ଏକ ଗ୍ୟାସ ସିଲିଣ୍ଡର ଆସିବାରୁ ତାହା ବିସ୍ଫୋରଣ ହୋଇଥିଲା । ଫଳରେ ୩୫ ଜଣ ଲୋକ ଆହତ ହୋଇଛନ୍ତି ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..