ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବିହାର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି । ରାଜଭବନରେ ନୀତୀଶଙ୍କ ନୂଆମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ବିଧାୟକ ଙ୍କୁ ରାଜ୍ୟପାଳ ଫାଗୁ ଚୌହାନ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ଆରଜେଡିରୁ ୧୬ ଜଣ ବିଧାୟକ, ଜେଡିୟୁରୁ ୧୧, କଂଗ୍ରେସରୁ ଦୁଇ ଜଣ ଓ ଜଣେ ସ୍ୱାଧିନ ବିଧାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ନୀତୀଶଙ୍କ ମନ୍ତ୍ରୀମଣ୍ଡଳରେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପୁଣି ଥରେ ମନ୍ତ୍ରୀ ପଦ ପାଇଛନ୍ତି । କିନ୍ତୁ ଗୃହ ବିଭାଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମେତ ସଡକ ନିର୍ମାଣ, ଗୃହ ଓ ନଗର ଉନ୍ନୟନ, ଗ୍ରାମୀଣ ଉନ୍ନୟନ ବିଭାଗ ମିଳିଛି। ଶପଥଗ୍ରହଣ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଜେଡିୟୁର ବିଜୟ କୁମାର ଚୌଧରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ଅଶୋକ ଚୌଧରୀ, ଲାନସି ସିଂ, ସଞ୍ଜୟ ଝା, ମଦନ ସହନୀ, ଶୀଳା କୁମାରୀ, ସୁନୀଲ କୁମାର, ମହମ୍ମଦ ଜମା ଖାନ୍, ଜୟନ୍ତ ରାଜ ଶପଥ ନେଇଛନ୍ତି | ଦ୍ଵିତୀୟ ପର୍ଯ୍ୟରେ ଆରଜେଡିର ତେଜପ୍ରତାପ ଯାଦବ, ଆଲୋକ ମେହେଟା, ସୁରେନ୍ଦ୍ର ପ୍ରସାଦ ଯାଦବ, ରମାନନ୍ଦ ଯାଦବ, କୁମାର ସର୍ବଜିତ, ଲଳିତ ଯାଦବ, ସମୀର କୁମାର, ଜିତେନ୍ଦ୍ର କୁମାର ରାୟ, ଅନୀତା ଦେବୀ, ସୁଧାକର ସିଂ, ଇସରାଇଲ ମନସୁରୀ, କାର୍ତ୍ତିକେୟ ସିଂ, ଶାହନବାଜ ଆଲମ, ସମିମ ଅହମ୍ମଦ ରାଜ୍ୟପାଳ ଶପଥ କରାଇଛନ୍ତି | ସେହିପରି ତୃତୀୟ ପର୍ଯ୍ୟାରେ ଆଫାକ ଆଲମ, ମୁରାରୀ ଗୌତମ , ସ୍ୱାଧିନ ବିଧାୟକ ସନ୍ତୋଷ କୁମାର, ସୁମିତ କୁମାର ସିଂ ଶପଥ ନେଇଛନ୍ତି ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..