Report Card Odisha

| Daily Odia News

ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..

ରିପୋର୍ଟ କାର୍ଡ / ପାଟନା

ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆଜି | ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ବିହାରରରେ ଏଥର ରେକର୍ଡ ୬୭.୧୩ ପ୍ରତିଶତ ମତଦାନ ହୋଇଛି। ବିହାରରେ ଭୋଟ ହେବା ଦିନରୁ ଏତେ ମତଦାନ ହୋଇନଥିଲା। ୨୪୩ଟି ଆସନ ବିଶିଷ୍ଟ ବିଧାନସଭା ପାଇଁ ୪୩୭୨ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ରହିବେ ଜଣେ କାଉଣ୍ଟିଂ ସୁପରଭାଇଜର୍‌ କାଉଣ୍ଟିଂ ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜରଭର୍। ୧୮୦୦୦ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ତା ପରେ ଇଭିଏମ୍ ଖୋଲାଯିବ। ଦରକାର ପଡ଼ିଲେ ଭିଭିପିଏଟି ସ୍ଲିପ ମେଳ କରାଯିବ। ଅଧିକାଂଶ ଏକଜିଟ ପୋଲ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ଜିତିବ ବୋଲି ପୁର୍ବାନୁମାନ କରିଛନ୍ତି। ସେମାନଙ୍କ ଭବିଷ୍ୟତବାଣୀ ସତ ହେବ ନା ବିହାରବାସୀଙ୍କ ମନରେ ଆଉ କିଛି ଅଛି, ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ|

Breaking News