ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ ହୋଇଛି । ଗତ ୧୨ ତାରିଖ ଠାରୁ ଏହିପରି ଭାବେ ସଂକ୍ରମଣ କମିବା ଆରମ୍ଭ ହୋଇଛି । କିନ୍ତୁ ଟେଷ୍ଟିଂ ସଂଖ୍ୟା କମିନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ଯାହାକି ୭୦ ହଜାର ଉପରେ ରହିଛି । ତେଣୁ ଆମକୁ ପିକ ଛୁଇଛେ ନା ନାହିଁ ଏଥିପାଇଁ ପାଇଁ ଆଉ ୨ ରୁ ୪ ଦିନ ଅପେକ୍ଷା କରିବାକୁ ପଡିବ । କାରଣ ଦ୍ୱିତୀୟ ଲହରରେ ଅନେକ ଵିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ କମିବ ବୋଲି । କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ଯାଏଁ ଲାଗିଥିଲା। । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱ ପୂର୍ଣ୍ଣ। ତେବେ ଆମେ ଦେଶ ଅପେକ୍ଷା ଭଲ ସ୍ଥିତରେ ଅଛନ୍ତି। ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ୍ ରହିଛି। ନିୟମିତ ଭାବେ ରାଜ୍ୟ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….