ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ଛାଡିଲେ ବିଜୟ ପଟ୍ଟାନାୟକ | ସେ ନିଜର ଇସ୍ତଫା ପତ୍ର ମେଲ୍ ଯୋଗେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ପଠାଇଛନ୍ତି । ଶ୍ରୀ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି । ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା। ପରେ ପୁଣି ତାଙ୍କ ଠାରୁ ପଦବି କାଢ଼ି ନେଇଥିଲା। ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। କଂଗ୍ରେସରୁ ଇସ୍ତଫା ପରେ ବିଜୟ ପଟ୍ଟନାୟକ କହିଛନ୍ତି, ମୁଁ ଦେଖିଲି ଦଳରେ ମୋର କିଛି ପ୍ରେଷ୍ଟିଜ ନାହିଁ। ସ୍ଥାନ ମଧ୍ୟ ନାହିଁ। ମୁଁ ଅନୁଭବ କଲି ଦଳ ପାଇଁ କିଛି ୟୁଜ୍ଫୁଲ୍ ହେଉନି। ଅନ୍ୟ ଦଳକୁ ଯିବାର ନାହିଁ। ଲୋକଙ୍କ ପାଖକୁ ଯିବି। ଲୋକଙ୍କ ସେବା କରିବାର ଅଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।






More Stories
ଗ୍ୟାସ୍ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ…..
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..