Report Card Odisha

| Daily Odia News

ଲୋକାର୍ପିତ ବିଜୁ ଏକ୍ସପ୍ରେସ୍‍-ୱେ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ବରଗଡ଼,ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଏକ୍ସପ୍ରେସ୍‍-ୱେର ଲୋକାର୍ପଣ କରିଛନ୍ତି | ବରଗଡ଼ ସୋହେଲା ଘେଁସଘେଁସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।ବିଜୁ ଏକ୍ସପ୍ରେସ ୱେ ଜନସାଧାରଣଙ୍କ ଜୀବନରେଖା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘେସଁରୁ ସୋହେଲା ଯାଏ ୧୮ କିଲୋମିଟର ଏକ୍ସପ୍ରେସ ୱେ। ମୋଟ ୫୪୬ ଦୂରତାର ବିଜୁ ଏକ୍ସପ୍ରେସ ୱେ। ବିଜୁବାବୁଙ୍କ ଜନ୍ମଦିନରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଏକ୍ସପ୍ରେସ ୱେ କେବଳ ରାସ୍ତା ନୁହେଁ ଜୀବନରେଖା। ସମ୍ବଲପୁରରୁ ରାଉରକେଲା ରାସ୍ତା ବିଜୁବାବୁ ହିଁ ୧୯୯୩ରେ ଆରମ୍ଭ କରିଥିଲେ। ବିଜୁ ଏକ୍ସପ୍ରେସ ୱେ ବିକାଶର ନୂଆ ଇତିହାସ ଲେଖିବ। ଚାଷୀ ହୁଅନ୍ତୁ କି ସାଧାରଣ ଲୋକେ ରାସ୍ତା ହେବା ଦ୍ୱାରା ସମସ୍ତେ ସୁବିଧା ପାଇବେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ। ଛାତ୍ରଛାତ୍ରୀଙ୍କର ସୁବିଧା ହେବ, ନୂଆ ନୂଆ ଶିଳ୍ପ ଗଢ଼ି ଉଠିବ। ବିଜୁ ଏକ୍ସପ୍ରେସ ୱେ ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଚି ବିନିଯୋଗ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ବିଜୁ ଏକ୍ସପ୍ରେସ ଓ୍ବେ ଆଉ ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜୁବାବୁଙ୍କ ସ୍ବପ୍ନ ଥିଲା ସୁସ୍ଥ ଓଡ଼ିଶା। ସେଦିଗରେ ରାଜ୍ୟ ସରକାର ସଫଳତାର ସହ ଆଗକୁ ବଢୁଛନ୍ତି । ବରଗଡ଼ ବିକାଶକୁ ଆହୁରି ଆଗକୁ ନେବା ପାଇଁ ୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି। ବିଜୁବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା। ଏ ମାଟି ଓ ମାଟିର ମଣିଷର ସ୍ବପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିଥିଲେ। ଜଣେ ଓଡ଼ିଆ ଭାବେ ସେ ଗର୍ବ କରୁଥିଲେ ଏବଂ ସେ ମହାନ ଓଡ଼ିଆଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାଗତ ଭାଷଣ। ବିଧାୟିକା ବର୍ଷାସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ |

Breaking News