ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଶୁଭାରମ୍ଭ ହୋଇଛି । ଆଜି ଏହାର ଭୂମି ପଜା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ରୂପ ପାଇବ ବିଜେଡିର ରାଜ୍ୟ କାର୍ଯ୍ୟାଳୟ । ଅତ୍ୟାଧୁନିକ ଢାଞ୍ଚାରେ ତିନି ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ । ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଓ ଅନ୍ୟାନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ । ବରଂ ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ । ଓଡ଼ିଆ ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ପ୍ରସ୍ତାବିତ ନୂଆ ବିଲଡିଂରେ ରହିବ କର୍ମୀଙ୍କ ପାଇଁ ବୈଠକ ସ୍ଥଳୀ, କନଫରେନ୍ସ ହଲ୍ । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍ ରହିବ । ଲାଇବ୍ରେରୀ ସହ ଦଳର ବିଭିନ୍ନ ସେଲ୍ ପାଇଁ ସ୍ୱତନ୍ତ୍ର କୋଠରୀ, ପାର୍କିଂ ଆଦି ବ୍ୟବସ୍ଥା ରହିବ । ଆଜି ରଥଯାତ୍ରା ଅବସରରେ ନୂଆ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋଭିଡ୍ କଟକଣାରେ ସୀମିତ ସଂଖ୍ୟକ ନେତା ଓ ପଦାଧିକାରୀଙ୍କ ଉପସ୍ଥିତିରେ ଭୂମି ପୂଜା ହୋଇଛି । ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ଦଳର ଯୁବ ଓ ଛାତ୍ର ଶ୍ରମଦାନ କରି ନିଜ ଘରର କାମ ଭାବି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ମାଧ୍ୟମରେ ସାଢ଼େ ଚାରି କୋଟି ଓଡ଼ିଶାବାସଙ୍କ ସେବା କରିବାକୁ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ସମର୍ପିତ କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..