ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ଅନ୍ୟାନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଆଗତ ନୂଆ ବିଧେୟକକୁ କଂଗ୍ରେସର ବିରୋଧ | କଂଗ୍ରେସ ଅଭିଯୋଗ କରିଛି ଯେ ଦେଶର ନିର୍ବାଚନୀ ସଂସ୍ଥାକୁ ପଙ୍ଗୁ କରିଦେବାକୁ ଏକ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ନିର୍ବାଚନ ଆୟୋଗକୁ ନିଜ ଅଧୀନରେ ରଖିବାକୁ ଚାହୁଁଛନ୍ତି। ଏ ନେଇ ସମସ୍ତଙ୍କୁ ପ୍ରସ୍ତାବିତ ଆଇନକୁ ବିରୋଧ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି। ତେବେ ବିଜେଡି ଏବଂ ୱାଇଏସଆରସିପି ଏହି ବିଧେୟକକୁ ବିରୋଧ କରିବେ କି ନାହିଁ ବୋଲି କଂଗ୍ରେସ ପଚାରିଛି। କଂଗ୍ରେସ ସଂଗଠନ ସାଧାରଣ ସଂପାଦକ କେ ସି ବେଣୁଗୋପାଲ ଏହି ବିଲ୍ ଉପରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଏହି ବିଧେୟକ ମଞ୍ଜୁରୀ ଲାଭ କଲେ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କ ହାତରେ କଣ୍ଢେଇ ସଦୃଶ ହେବ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ନିର୍ବାଚନ କମିଶନଙ୍କ ନିଯୁକ୍ତି ଏକ ନିରପେକ୍ଷ କମିଟି ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ କାହିଁକି ପକ୍ଷପାତୀ ନିର୍ବାଚନ କମିଶନର ନିଯୁକ୍ତ କରିବାର ଆବଶ୍ୟକତା ଅନୁଭବ କରୁଛନ୍ତି ବୋଲି ବେଣୁଗୋପାଲ ପ୍ରଶ୍ନ କରିଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….