Report Card Odisha

| Daily Odia News

୬୭ବର୍ଷ ବୟସରେ ପ୍ରେମରେ ପଡ଼ିଲେ ବିଲ୍ ଗେଟ୍ସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୬୭ବର୍ଷ ବୟସରେ ପୁଣି ଥରେ ପ୍ରେମରେ ପଡିଛନ୍ତି ମାଇକ୍ରୋସପ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ। ସେ ଏବେ ଜଣେ ୬୦ବର୍ଷୀୟ ମହିଳାଙ୍କୁ ଡେଟ୍ କରୁଥିବା ଜଣାପଡ଼ିଛି। କୁହାଯାଉଛି ଯେ, ୨୦୧୯ରେ ମୃତ୍ୟୁବରଣ କରିଥିବା ସଫ୍ଟୱେର୍ କମ୍ପାନି ଓରାକଲର ସିଇଓ ମାର୍କ ହର୍ଡଙ୍କ ପତ୍ନୀ ପୌଲା ହର୍ଡଙ୍କ ସହ ବିଲ୍ ଗେଟ୍ସଙ୍କ ସମ୍ପର୍କ ରହିଛି। ରିପୋର୍ଟ ଅନୁଯାୟୀ ବିଲ୍ ଗେଟ୍ସ ପୌଲାଙ୍କୁ ବ‌ର୍ଷେ ହେଲାଣି ଡେଟ୍ କରୁଛନ୍ତି। ହେଲେ ବିଲ୍ ଏପର୍ଯ୍ୟନ୍ତ ପୌଲାଙ୍କ ପିଲାମାନଙ୍କୁ ଭେଟିନଥିବା ଜଣାଯାଇଛି। ଗତ ମାସରେ ହୋଇଥିବା ଅଷ୍ଟ୍ରେଲୀୟ ଓପନରେ ଏହି ଯୋଡିଙ୍କୁ ଏକାଠି ଦେଖାଯାଇଥିଲା। ଦୁହେଁ ଖେଳ ଦେଖିବା ସମୟରେ ସାଙ୍ଗ ହୋଇ ବସିଥିବାର ଫଟୋ ଭାଇରାଲ ହେବା ପରେ ଏବେ ସେମାନଙ୍କ ଡେଟିଂ ଖବର ସାମ୍ନାକୁ ଆସିଛି।

Breaking News