ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ପାଇଁ ସ୍ଥାପିତ କୋର୍ଟ ଅଫ୍ ଇନକ୍ୱାରୀ ରିପୋର୍ଟରୁ ଏକ ବଡ ଖୁଲାସା ହୋଇଛି। ଖରାପ ପାଣିପାଗ ସିଡିଏସ୍ ହେଲିକପ୍ଟର ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଉଛି। ସୂଚନାନୁସାରେ, ଏହାର ରିପୋର୍ଟ ଶେଷ କରି ଆଇନଗତ ପରାମର୍ଶ ପାଇଁ ଲିଗାଲ ୱିଙ୍ଗକୁ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ କମିଟି ପଠାଇଛି। ଖୁବ୍ ଶୀଘ୍ର ଏହି ରିପୋର୍ଟ ବାୟୁସେନା ମୁଖ୍ୟଙ୍କ ନିକଟରେ ଦାଖଲ ହେବ। ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ଚପର କ୍ରାସର ମାସେ ପରେ ଆସିଛି ଦୁର୍ଘଟଣାର କାରଣ । ଖରାପ ପାଗ ଯୋଗୁଁ ଦୁର୍ଘଟଣା ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହି ଚପରରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ଅନୁସନ୍ଧାନ ପାଇଁ ଗଠିତ କମିଟି ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ ହେତୁ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଥାଇପାରେ । ଅନୁସନ୍ଧାନ କମିଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ । ସୂଚନାଥାଉକି, ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଅଧିକାରୀଙ୍କ ଦୁର୍ଘଟଣାର ତଦନ୍ତ ପ୍ରାୟ ଶେଷ ହୋଇଛି । ଯଦିଓ ବାୟୁସେନା କିମ୍ବା ସରକାର ଏହି ତଦନ୍ତ ରିପୋର୍ଟ ଉପରେ କୌଣସି ବିବୃତ୍ତି ଦେଇନାହାଁନ୍ତି । କିନ୍ତୁ ଦୁର୍ଘଟଣାର କାରଣ ଖରାପ ପାଗ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ କୌଣସି ବିବୃତ୍ତି କିମ୍ବା ସ୍ପଷ୍ଟିକରଣ ଆସିନାହିଁ । ସୂତ୍ରରୁ ଆହୁରି ଜଣାପଡିଛି ଯେ, ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀ ଦଳ ଏହି ଦୁର୍ଘଟଣା ପାଇଁ ଦାୟୀ ମାନବୀୟ ତ୍ରୁଟି ସମେତ ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଯାଞ୍ଚ କରିଛନ୍ତି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..