ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।କହିଛନ୍ତି କି ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି। ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି। ଏଥିସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଇତି ମଧ୍ୟରେ ୩୦ ହଜାର କୁକୁଡ଼ାଙ୍କୁ ମରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ବାର୍ଡ ଫ୍ଲୁ ଯୋଗୁ ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ଆରଆରଟି ମାରିଲେଣି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..