ରିପୋର୍ଟ କାର୍ଡ/ ରାୟଗଡ଼ା
ବସଷ୍ଟାଣ୍ଡରେ ଠିଆ ହୋଇଥିବା ୪ ବସ ଜଳିଯାଇଛି । ପ୍ରଥମେ ଗୋଟିଏ ବସରେ ନିଆଁ ଲାଗିବାପରେ ଚାହୁଁଚାହୁଁ ଅନ୍ୟ ୩ଟି ବସକୁ ନିଆଁ ବ୍ୟାପୀଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ୪ଟି ବସ ଜଳିଯାଇଥିଲା । ଏହି ୪ଟି ବସ ଗୋଟିଏ ସ୍ଥାନରେ ଠିଆ ହୋଇଥିବାବେଳେ ନିଆଁ ଲାଗିଥିଲା। ସମସ୍ତ ୪ଟି ବସ ଜଣେ ମାଲିକଙ୍କର ବୋଲି ସୂଚନା ମିଳିଛି। ତେବେ ଏହି ୪ଟି ବସରେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଅଗ୍ନିକାଣ୍ଡ ସମୟରେ ବସ ଭିତରେ କେହି ନ ଥିବା ଜଣାପଡ଼ିଛି। ତେଣୁ କେହି ମୃତାହତ ହୋଇନାହାନ୍ତି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ବସ୍ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ବଦଳିଲା MGNREGA ନାଁ…..