Report Card Odisha

| Daily Odia News

ବିଶ୍ୱଜିତ୍ ପଟ୍ଟନାୟକଙ୍କୁ ଦି ଇଣ୍ଡିଆନ୍ ଗୋଲଡେନ୍ ସମ୍ମାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶିଷ୍ଟ ସମାଜସେବୀ, ଯୁବନେତା, ପରୋପକାରୀ, ବନ୍ଧୁବତ୍ସଳ, ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ଓ ପଶୁପ୍ରେମୀ ସଂଗଠନର ସାଧାରଣ ସଂପାଦକ ବିଶ୍ୱଜିତ୍‌ ପଟ୍ଟନାୟକ ଙ୍କୁ ‘ଦି ଇଣ୍ଡିଆନ୍ ଗୋଲଡେନ୍ ସମ୍ମାନ’ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଉତ୍କଳ ମଣ୍ଡପ ଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଞ୍ଜଳୀ ଆନୁକୁଲ୍ୟରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଚଳଚିତ୍ର ବ୍ୟକ୍ତିତ୍ୱ ତଥା ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ପଦ୍ମଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ, କାଜୁ ନିଗମର ଅଧ୍ୟକ୍ଷ ସୁବାଷ ମହାରଣା, ଗୁରୁ ରାଜେନ୍ଦଅ ପଣ୍ଡା ଓ ହର ପ୍ରସାଦ ରଥ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ଉ ରୀୟ, ପୁଷ୍ପଗୁଚ୍ଛ ତଥା ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ତିନିଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ବିଭିନ୍ନ ଜନହିତକାରୀ ବିଶେଷକରି କରୋନା ମହାମାରୀ ସମୟରେ ନିଃସ୍ୱାର୍ଥପର ଜନ ସେବା ତଥା ପଶୁପ୍ରେମୀ ହିସାବରେ ନିଜକୁ ସାମିଲ କରିଥିବା ଶ୍ରୀ ପଟ୍ଟନାୟକ ବ ର୍ମାନ ମଧ୍ୟ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତଥା ପଶୁପ୍ରେମୀ ଅନୁଷ୍ଠାନର ସାଧାରଣ ସଂପାଦକ ଦାୟିତ୍ୱ ସୂଚାରୂ ରୂପେ ସମ୍ପାଦନ କରି ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରକ୍ତଦାନ, ବୃକ୍ଷରୋପଣ ଏବଂ ବାତ୍ୟା ଫନି, ହୁଡହୁଡ, ଫାଇଲିନ୍ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ନିଜେ ଓ ନିଜର ଅନୁଷ୍ଠାନକୁ ସାମିଲ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠାନର ସମ୍ମାନ ବଢାଇବାରେ ସହାୟକ ହୋଇଛନ୍ତି । ଉତ୍ସବରେ ଅନୁଷ୍ଠାନର ଉପଦେଷ୍ଟା ବାଇଲଡୁ ପାଣିଗ୍ରାହୀ, ସଭାପତି ରାମେଶ୍ୱରୀ ନନ୍ଦଙ୍କ ସହ ଏନ୍‌ୱାଇସିଏର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଭ୍ୟ ବଟକୃଷ୍ଣ ପଣ୍ଡା, ଗଦାଧର ରଥ, କୁମର ବାରିକ ଓ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ଉତ୍ସାହିତ କରିଥିଲେ । ସମ୍ବର୍ଦ୍ଧନାର ଉ ରରେ ଶ୍ରୀ ପଟ୍ଟନାୟକ ଏହି ସମ୍ମାନକୁ ନିଜ ସଂଘକୁ ସମର୍ପଣ କରିବା ସହ ଏହା ସମାଜସେବା କ୍ଷେତ୍ରରେ ଆଗକୁ ବଢିବାରେ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଅ ଳର ବୁଦ୍ଧିଜୀବି ଶ୍ରୀ ପଟ୍ଟନାକୟକଙ୍କୁ ଏହି ଅବସରରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

 

 

 

 

 

 

Breaking News