ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟର ଟିଟୋର ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ | ଆଉ ଏହାକୁ ନେଇ ଏବେ ବିଜେଡିରେ ଦ୍ଵନ୍ଦ ଦେଖାଦେଇଛି | ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ପାରାଦ୍ୱୀପ ବିଜେଡିରେ ବିବାଦ ବଢିଛି । ୨୦୧୮ ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ା ଏସଟିଏଫ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି ୨୮ଟି ମାମଲାରେ ବାପୁର ସମ୍ପୃକ୍ତି ଥିବା ଏସଟିଏଫ ସେବେ ପ୍ରମାଣ ପାଇଥିଲା । ଆଉ ଏବେ ସେହି ବାପୁ ପରିଡା ବା ଜ୍ୟୋତିକାନ୍ତ ପରିଡ଼ାକୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ ସଭାପତି ପଦ ମିଳିବା ପରେ ବିବାଦ ବଢିଛି । ତେବେ ଏ ନେଇ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ମୁଁ ବାପୁ ନାଁ ସୁପାରିଶ କରିନଥିଲି । କେମିତି ତା ନାଁ ଲିଷ୍ଟରେ ଆସିଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୋ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁକୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ସମ୍ବିତ ରାଉତରାୟ ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….