Report Card Odisha

| Daily Odia News

ବିଜେଡିରୁ ବିଦା ହେଲେ ୨ ନେତା…..

ରିପୋର୍ଟକାର୍ଡ / ଭୁବନେଶ୍ୱର

ଦଳରେ ସ୍ୱଚ୍ଛତା ଆଣିବାକୁ ଲାଗିପଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଦଳ ବିରୋଧୀ କାର୍ଯ୍ୟ ପାଇଁ ଅନୁଗୁଳ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି ଦଳ ମୁଖିଆ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ- ଏହି ଦୁହିଁଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିଥିଲା । ଏହାପରେ ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଲତାଡ଼ । ଶେଷରେ ବୁଧବାର ଦିନ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଗୁଳ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି । ଏହି ଆଦେଶକୁ ତୁରନ୍ତ ଲାଗୁ କରିବା ନେଇ ମଧ୍ୟ ନୋଟିସ୍‌ରେ ଉଲ୍ଲେଖ ରହିଛି ।

Breaking News