ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୬ ତାରିଖରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ | ତେଣୁ ଆସନ୍ତା ୧୪ତାରିଖ ପୂର୍ବାହ୍ନ ୧୦ଟାରେ ଶଙ୍ଖ ଭବନଠାରେ ନିଜର ଦଳୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟସ୍ତରର ଦଳର ସମସ୍ତ ପଦାଧିକାରୀଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଘୋଷିତ ଉତ୍ତରାଧିକାରୀ ଶ୍ରୀ ପାଣ୍ଡିଆନ ଦଳର ସମସ୍ତ ପଦାଧିକାରୀଙ୍କୁ ବ୍ୟକ୍ତିଗତ ଭେଟିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାଂଗଠନିକ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି । ବିଜେଡିରେ ସାମିଲ ହେବାପରେ ପାଣ୍ଡିଆନ ପ୍ରଥମଥର ପାଇଁ ସାମୁହିକ ଭାବେ ଦଳୀୟ ପଦାଧିକାରୀଙ୍କୁ ଭେଟିବେ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..