ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆସୁଛି ସର୍ଭେ ରିପୋର୍ଟ। ଏହାକୁ ନେଇ ବିସ୍ଫୋରକ ବୟାନ୍ ଦେଇଛନ୍ତି ବରିଷ୍ଠ ବିଜେପି ନେତା ମହାମେଘବାହନ ଐର ଖାରବେଳ ସ୍ୱାଇଁ। ସେ କହିଛନ୍ତି, ନିର୍ବାଚନରେ ବିଜେଡି କୁକୁର ଭଳିଆ ହାରିବ। ଆଉ ପାଣ୍ଡିଆନ୍ ଦୌଡ଼ି ଦୌଡ଼ି ତାମିଲ୍ନାଡୁ ପଳାଇବ। ବିଜେପି ଓ ବିଜେଡି ମେଣ୍ଟ ନେଇ ଖାରବେଳ ସ୍ୱାଇଁ କହିଛନ୍ତି, ଯଦି ମେଣ୍ଟ ହେବ ବୋଲି ଭାବୁଛନ୍ତି, ତାହେଲେ ପ୍ରଫୁଲ୍ଲ ସାମଲଙ୍କ ଘର ଉପରେ କାହିଁକି ଚଢ଼ଉ ହେଲା? ନବୀନ ପଟ୍ଟନାୟକ ଏଥର କୁକୁର ଭଳିଆ ହାରିବେ। ହାରିଗଲ ପରେ ଏଠୁ ଦୌଡ଼ିକି ସେ ପଳାଇବେ। ତାଙ୍କୁ BJD ବାଲା ପିଟିବେ। ପାଣ୍ଡିଆନର କ’ଣ ହେବ, ମୁଁ କଳ୍ପନା କରି ପାରୁନି। ସେ ମଧ୍ୟ ଦୌଡ଼ି ତାମିଲନାଡୁ ପଳେଇବ। ଲେଖିକି ରଖନ୍ତୁ, ନିର୍ବାଚନ ପରେ ଏହା ହିଁ ହେବ। ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତିର ଅର୍ଥ ହେଉଛି, ରାଜ୍ୟରେ BJPର ସରକାର ହେବ। ଆଉ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶାରେ ବିଜେପି ସରକାର ହେଉ ବୋଲି ଶ୍ରୀ ସ୍ୱଇଁ କହିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..