ରିପୋର୍ଟ କାର୍ଡ / ଝାରସୁଗୁଡା
ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ। ଗତକାଲି ବିଶ୍ୱନାଥ ଦଳରୁ ଇସ୍ତଫା ଦେଇଛନ୍ତି ।ପୂର୍ବତନ ବାଚସ୍ପତି ଦିବଂଗତ କିଶୋର ମହାନ୍ତିଙ୍କ ଅନୁଗତ ବିଶ୍ୱନାଥ ନାୟକ ବ୍ରଜରାଜନଗର ପାଇଁ ଟିକେଟ୍ ଆଶାୟୀ ଥିଲେ। ତେବେ ଉପନିର୍ବାଚନରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏବେ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପୁଣି ଥରେ ଅଳକାଙ୍କୁ ଦଳ ଟିକେଟ୍ ଦେବାରୁ ବିଶ୍ୱନାଥ ଓ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି। ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, ‘ଯିଏ ଦୁଇ ଦିନ କାମ କରିନି ତାକୁ ଆଣି ସାମନାରେ ଛିଡ଼ା କରି ଦେଉଛନ୍ତି। ହେଲେ ଯିଏ ବର୍ଷ ବର୍ଷ ଧରି କାମ କରି ଚାଲିଛି ତାର କିଛି ମୂଲ୍ୟ ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ଦଳ ଛାଡ଼ୁଛି’। ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..