Report Card Odisha

| Daily Odia News

ଜିଲ୍ଳା ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେଡି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ୨୫ ଜିଲ୍ଳା ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ଜାରି କରିଛନ୍ତି । ତେବେ ଏହି ତାଲିକା ଅନୁ ସାରେ ଅନୁଗୁଳ ପାଇଁ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲୀଙ୍କ ନାମ ଘୋଷଣା ହୋଇଥିବା ବେଳେ ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ,ବରଗଡ ପାଇଁ ସୁଧୀର କୁମାର ସାମଲ,ଭଦ୍ରକ ଜିଲ୍ଲା ପାଇଁ ପ୍ରଣବ କୁମାର ବଳବନ୍ତରାୟ, ବଲାଙ୍ଗୀର ଆଉ ଦେଓଗଡ ପାଇଁ ଶୁଶାନ୍ତ ସିଂ, କଟକ ପାଇଁ ଉଷା ଦେବୀ, ଢ଼େଙ୍କାନାଳ ଆଉ ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକ,ଗଜପତି ଆଉ ରାୟଗଡା ପାଇଁ ଅତନୁ ସବ୍ୟସାଚୀ ନାୟକ, ଜଗତସିଂପୁର ପାଇଁ ଅରୁଣ ସାହୁଙ୍କ ନାମ ଘୋଷଣା କରିଛି । ସେହିପରି କନ୍ଧମାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡା ପାଇଁ ପ୍ରଫୁଲ କୁମାରେ ମଲ୍ଲିକ, କେଉଁଝର ଆଉ ମୟୁରଭଞ୍ଜ ପାଇଁ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଆଉ ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଇଶ୍ୱର ପାଣିଗ୍ରାହୀ, ନୟାଗଡ ପାଇଁ ପଦ୍ମନାଭ ବେହେରା, ନୂଆପଡା ପାଇଁ ଟୁକୁନୀ ସାହୁ, ପୁରୀ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ ପାଇଁ ପ୍ରିତୀରଞ୍ଜନ ଘଢ଼େଇ, କଳାହାଣ୍ଡି ପାଇଁ ନବକିଶୋର ଦାସ, ଗଞ୍ଜାମ ଜିଲ୍ଲା ପାଇଁ ପ୍ରଦୀପ କୁମାର ଅମାତ, ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ, ଯାଜପୁର ପାଇଁ ଅଶୋ ଚନ୍ଦ୍ର ପଣ୍ଡା, ଝାରସୁଗୁୁଡା ପାଇଁ ଶାରଦା ପ୍ରଶାସ ନାୟକ ଏବଂ ସୁବର୍ଣ୍ଣପୁର ପାଇଁ ରୋହିତ ପୁଜାରୀଙ୍କ ନାମ ଘୋଷଣା କରାଯାଇଛି । ଆଗକୁ ୨୦୨୪ ନିର୍ବାଚନ ଏବହା ସହ ଧାମନଗର ଉପନିର୍ବାଚନ ଆସୁଥିବାରୁ ବିଜେଡି ତାର ସଙ୍ଗଠନକୁ ଆହୁରୀ ମଜବୁତ କରିବା ପାଇଁ ଏହି ରଣନୀତି ଆପଣେଇଛି ।

Breaking News