ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମପୁର ଉପନିର୍ବାଚନରେ କାଦୁଅ ଫିଙ୍ଗା ରାଜନୀତି ଜାରିରହିଛି | ହିଂସା ଆଚରଣ ବଢ଼ିବାରେ ରଲାଗିଛି | ନେତା ଅପହରଣ ହେଉଥିବା ବେଳେ ଆକ୍ରମଣ ଭଳି ହିଂସା ଦେଖିବାକୁ ମିଳିଛି | ବିଜେପିର ୪ ନେତା କୁସୁମ ଟେଟେ, କାଳନ୍ଦି ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ପଦ୍ମପୁରରେ ହିଂସା ଆଚରଣ କରୁଛନ୍ତି । ତେଣୁ ଏହି ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି। ଏନେଇ CEOଙ୍କ ନିକଟରେ ମଧ୍ୟ ଫେରାଦ ହେବ ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ସସ୍ମିତ କହିଛନ୍ତି, ବିଜେପି ଶାନ୍ତି, ମୈତ୍ରୀରେ ବିଶ୍ୱାସ କରେନି । ଓଡ଼ିଶାକୁ ୟୁପି ଓ ବିହାର କରିବାକୁ ଚାହୁଁଛି । ହିଂସାକୁ ଚରମ ସୀମାକୁ ନେଇ ଗଲାଣି ବିଜେପି । ପଦ୍ମପୁରର ଗୋଟେ ବ୍ୟବସାୟ ପ୍ରତିଷ୍ଠାନରେ ଜିଏସଟି ରେଡ୍ ବେଳେ ବିଜେପିର ନେତା କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଯାହାକି ନିନ୍ଦନୀୟ । ଜିଏସଟି ରେଡ୍ ସାରି ଫେରୁଥିବା ବେଳେ ଜଣେ ମହିଳା ଅଧିକାରୀଙ୍କୁ ବିଜେପି କର୍ମୀମାନେ ମାଡ଼ପିଟ କଲେ । ହଇରାଣ କଲେ । ବିଜେପି ର ନେତା ଦିଲ୍ଲୀପ ସେନାପତି ଟଙ୍କା ବାଣ୍ଟୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରା ପଡ଼ିଥିଲେ । ତେଣୁ ତାଙ୍କୁ ବଞ୍ଚାଇବା ଲାଗି ବିଜେପି ତାଙ୍କୁ ଅପହରଣ କରିଥିବା ନେଇ ମିଥ୍ୟା ମାମଲା ଦେଇଛି । ବିଜେପି ନେତ୍ରୀ କୁସୁମ ଟେଟେ ଜିଏସଟି ରେଡ୍ କରୁଥିବା ଅଧିକାରୀଙ୍କୁ ହଇରାଣ କରିଛନ୍ତି । ତେଣୁ ସେମାନଙ୍କୁ ପଦ୍ମପୁର ଉପନିର୍ବାଚନ ରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……