ରିପୋର୍ଟ କାର୍ଡ / ଭୁବନେଶ୍ବର
ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ। ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଛନ୍ତି। ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି, ବହୁତ ଫାଇଦା ସେ ଦଳରୁ ପାଇଛନ୍ତି। ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ । ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ। ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ। ପୁଣି କେମିତି ବିଜେଡକୁ ଫେରିଥିଲେ। ପୂର୍ବରୁ ବିଜେଡି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ଶତପଥୀ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..