Report Card Odisha

| Daily Odia News

ବିଜେଡି ପକ୍ଷରୁ ୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡିରୁ ନିଲମ୍ବିତ ହୋଇଥିବା ଚମ୍ପୁଆ ବିଧାୟକ ସନା ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିଜେଡି ପକ୍ଷରୁ ନୋଟିସ ଜାରି। ଏନେଇ ୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଗୌତମ ବୁଦ୍ଧ ଦାସ। ନୋଟିସରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିର୍ଦେଶ ଦିଆଯାଇଛି। ଗୌତମ ବୁଦ୍ଧ କହିଛନ୍ତି ଯେ ଉଭୟ ଦଳରୁ ନିଲମ୍ବିତ ହୋଇଛନ୍ତି, ଦଳରୁ ସେମାନେ ବହିଷ୍କୃତ ହୋଇନାହାନ୍ତି। ହୁଇପ୍ ନ ମାନି ଦଳ ବାହାରେ ଭୋଟ ଦେଲେ ସଭ୍ୟ ପଦ ରଦ୍ଦ ହେବ ବୋଲି ଗୌତମ କହିଛନ୍ତି। କିଛି ଦିନ ପୂର୍ବେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦୁଇ ବିଧାୟକ। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ବିଜେଡିରୁ ଅରବିନ୍ଦ ଓ ସନାତନଙ୍କୁ ନିଲମ୍ବନ କରିଥିଲା ବିଜେଡି। ନିଲମ୍ବନ ପରେ ଉଭୟଙ୍କୁ ଦଳ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକର ଆଖ୍ୟା ଦିଆଯାଇଛି। ହେଲେ ବାସ୍ତବରେ ୨ ବିଧାୟକ କେଉଁ କାର୍ଯ୍ୟ କରିଛନ୍ତି ତାହା ଅସ୍ପଷ୍ଟ ରହିଥିବାବେଳେ ବିଜେଡି ପକ୍ଷରୁ ଷଡ଼ଯନ୍ତ୍ର ଅଭିଯୋଗ ଅଣାଯାଇଛି । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

Breaking News