Report Card Odisha

| Daily Odia News

ଚାଉଳ କଟାକୁ ନେଇ ପ୍ରତିବାଦ କରିବ ବିଜେଡି, ବିଜେପି କହିଲା ସୁଆଙ୍ଗ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି। ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ। ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ କରାଯାଇଛି। ଉଷୁନା ଚାଉଳ ୧୮ ଲକ୍ଷ ମେଟ୍ରିକ ଟନ ଉଠୁଥିବା ବେଳେ ବର୍ତ୍ତମାନ ତାହା ୧୪ ଲକ୍ଷ ମେଟ୍ରିକ ଟନକୁ ହ୍ରାସ କରାଯାଇଛି। କେବଳ ବରଗଡ଼ ଜିଲ୍ଲାକୁ ୪ ଲକ୍ଷ ଟନ ଉଷୁନା ଚାଉଳ ଆସୁଛି। ଆଉ ୨୯ ଜିଲ୍ଲାବାସୀ କଣ କରିବେ। ଏହା ଦ୍ୱାରା ଧାନ କିଣା ବାଧାପ୍ରାପ୍ତ ହେବ। ଏପରିକି ୧୪ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ କେନ୍ଦ୍ର ତାକୁ ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ୧୪ ତାରିଖରେ ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ। ଠିକ୍ ସେହିପରି ୧୫ ତାରିଖରେ ପଞ୍ଚାୟତ ଅଫିସ ଆଗରେ ଆନ୍ଦୋଳନ କରିବ ବିଜେଡି। ଅପରପକ୍ଷରେ ୧୬ରେ ବ୍ଲକ ଅଫିସ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ସହ ଦଳ ବିକ୍ଷୋଭ କରିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଏହାକୁ ନେଇ ବିଜେଡି ରାଜନୀତି ନ କରୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ସେ ଏହାମଧ୍ୟ କହିଛନ୍ତି କି କୋଭିଡ ସମୟରେ ଦିଆଯାଇଥିବା ରିଲିଫକୁ ନେଇ ରାଜନୀତି କରାନଯାଉ। ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏହି ପରିସ୍ଥିତିରୁ ନଜର ହଟାଇବା ପାଇଁ ବିଜେଡି ଏହି ସୁଆଙ୍ଗ କରୁଛି। ବିଜେଡି ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ କରୁଛନ୍ତି। ଧାନ ସଂଗ୍ରହରେ କେନ୍ଦ୍ର ସରକାର ଯେତେ ପଇସା ଦେଉଛନ୍ତି, ତାକୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇ ପାରିନାହାନ୍ତି। ଗୋଲକ ମହାପାତ୍ର କହିଛନ୍ତି, ବିଜେଡି ସରକାର ଚାଷୀଙ୍କୁ ପ୍ରତାରିତ କରିଛି। କଥାରେ ଅଛି ଚୋର ମଚାଏ ସୋର। ବିଜେଡି ହେଉଛି ସେହି ଦଳ। ୨୦୦୮ରେ କେନ୍ଦ୍ର ସରକାର ୩୫ କେଜି ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ୧୦ କେଜି ଚାଉଳ କାଟି ୨୫ କେଜି ଚାଉଳ ଦେଉଥିଲେ। ବିଜେଡି ଦଳ ମିଥ୍ୟା ପ୍ରବଳ। କରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରେ ଲୋକଙ୍କୁ ଅର୍ଥ ପ୍ରଦାନ କରିଥିଲେ। ୩ କୋଟି ୨୫ ଲକ୍ଷଙ୍କୁ ଚାଉଳ ଡାଲି ଦେଇଥିଲେ। ମୋଦୀ ସରକାର ଗରିବର ବନ୍ଧୁ। ରାଜ୍ୟ ସରକାର କଣ କରିଥିଲେ କହି ପାରିବେ। କରୋନା ସମୟରେ ସରକାର ମାଗଣାରେ ୫ କେଜି ଚାଉଳ, ୧ କିଲୋ ଡାଲି ଦେଉଥିଲେ। ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା। କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା। ଏବେ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି। ତେଣୁ ଓଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି। ମିଥ୍ୟା ଆଶ୍ରୟ ନେଉଛି ଦଳ। ଏଥିପାଇଁ ୮୪୦୦ କୋଟି ଖର୍ଚ୍ଚ ହେଉଛ। ରାଜ୍ୟର ୧୨୩୫ କୋଟି ବଞ୍ଚି ଯାଉଛି। ରାଜ୍ୟ ତା ନିଜ ଯୋଜନା ପାଇଁ ମାତ୍ର ୧୮୫ କୋଟି ଦେଉଛି। ବିଜେଡି ସୁଆଙ୍ଗ କରୁଛି।

 

Breaking News