ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିଥିଲେ ଭଲ ହୋଇଥାନ୍ତା। ଏହା ଏକପାଖିଆ ନିଷ୍ପତ୍ତି କହି ନିଆଁବାଣ ହୋଇଛନ୍ତି ପ୍ରଭାତ। ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି। ଦଳର ୪ ହଜାର କୋଟି ଟଙ୍କା ହଡ଼ପ କଥା ବି ଉଠାଇ ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ବୀକାର କରିଛି ବୋଲି କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ନବୀନ ନିବାସରେ ପ୍ରବଳ ହଙ୍ଗାମା ହୋଇଛି। ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳ ସଂତୃପ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ହଙ୍ଗାମା କରିଛନ୍ତି। ସେ କହିଛନ୍ତି, ଯାହାଙ୍କୁ ପ୍ରାର୍ଥୀ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ଦଳର ୪ ହଜାର କୋଟି ଟଙ୍କା ହଡ଼ପ କଥା ଉଠାଇ କିଏ ନେଇଛି ଆପଣମାନେ ଖୋଜନ୍ତୁ। ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କ୍ଷତି କରିଛନ୍ତି। ନବୀନ ବାବୁ ଆଲୋଚନା କରନ୍ତୁ। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି ବୋଲି ପ୍ରଭାତ କହିଛନ୍ତି।






More Stories
ବିଜେଡି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ…..
ପାରାଦୀପ ଘଟଣାର ପର୍ଦାଫାଶ…..
ବଦଳିବ ଇଂରାଜୀ ନାମ…..