Report Card Odisha

| Daily Odia News

ରାଜ୍ୟରେ ଭାଙ୍ଗିବ ବିଜେପି ସରକାର ! ଗାଦି ନିଶା ଛାଡ଼ିନି କହିଲା ବିଜେପି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଭାଙ୍ଗିବ ବିଜେପି ସରକାର। ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସାଂସଦଙ୍କ ଏକ ରୋଚକ ମନ୍ତବ୍ୟ ବିଜେପି ନେତୃତ୍ବ ଓ ବିଧାୟକଙ୍କ ମନରେ ଛନକା ଆଣି ଦେଇଛି। ଦେବାଶିଷ କହିଛନ୍ତି, ବିଜେପିର ୨୦ ରୁ ଅଧିକ ବିଧାୟକଙ୍କ ବିରୋଧରେ ପରାଜିତ ପ୍ରାର୍ଥୀମାନେ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ମାମଲା କରିଛନ୍ତି। ଏହାର ଶୁଣାଣି ସରିଲେ ଅନେକ ବିଧାୟକ ମହମ୍ମଦ ମୋକିମଙ୍କ ପରି ପଦ ହରାଇବାର ଆଶଙ୍କା ରହିଛି। କିନ୍ତୁ ପାଖାପାଖି ୭ ବିଧାୟକ ଏହି ମାମଲାରେ ଛନ୍ଦିହେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ଦେବାଶିଷ। ଯାହା ଫଳରେ ରାଜ୍ୟରେ ମୋହନ ସରକାର ଯେଉଁ ସ୍ଥାୟୀ ସରକାର ବୋଲି ଭାବୁଛନ୍ତି ତାହା ରହି ନ ପାରେ। ତେଣୁ ରାଜ୍ୟରେ ଯେଉଁ ନାରୀମାନଙ୍କ ଉପରେ ଅତ୍ୟାଚାର ଓ ଦୁର୍ବ୍ୟବହାର ପ୍ରସଙ୍ଗ ବର୍ତ୍ତମାନ ସମ୍ନାକୁ ଆସିଛି ସେ ଦିଗ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଆଉ ଯଦି ଏହି ସମସ୍ତ ବିଧାୟକ ମାମଲା ହାରନ୍ତି ତେବେ ସରକାର ଟଳମଳ ହୋଇପାରେ। ତେଣୁ ମୋହନ ସରକାର ରାଜ୍ୟର ଆଇନଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା ପ୍ରତି ଯତ୍ନଶୀଳ ହୁଅନ୍ତୁ ବୋଲି ଦେବାଶିଷ କହିଛନ୍ତି। ଅନ୍ୟପଟେ ବିଜେପି ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡିର ଗାଦି ନିଶା ଛାଡ଼ିନି ବୋଲି କହିଛି। ବିଜେଡି କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଢ଼ିବା ସ୍ଵପ୍ନ ଦେଖୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ-ଦରକାର ପଡ଼ିଲେ କଂଗ୍ରେସ ସହ ହାତ ମିଳେଇବ ବିଜେଡି। ଆଉ ରାଜ୍ୟରେ କରିବ ସରକାର। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲା,… ୟା ଭିତରେ ଦିନେ ନବୀନ ବାବୁଙ୍କ ପାଖରେ ବସିଥିଲି। ପାଣ୍ଡିଆନ ବାବୁ ମଧ୍ୟ ଆସିଲେ। ସେ ଆସନ୍ତି, ଆମ ସାର୍ ଔଷଧ ଖାଇଛନ୍ତି ନା ନାହିଁ ଦେଖିବାକୁ। ସେତିକି ବେଳେ ମୁଁ ନବୀନ ବାବୁଙ୍କୁ କହିଲି ଯେ ଆପଣ ବାଇ-ଇଲେକ୍ସନ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଲେ, କ’ଣ ପାଇଁ ଋଷି। ମୁଁ କହିଲି ବିଜେପିର ୭ ଜଣ ଏମ୍‌ଏଲ୍‌ଏ କଟିଯିବେ। ଆଉ ସେଠି ଯେଉଁ ବାଇ-ଇଲେକ୍ସନ ହେବ, ଆପଣ ଖାଲି ଗାଡ଼ିରେ ବସି ହାତ ହଲେଇ ଚାଲିଆସିବେ। ୭ ବିଜେଡି ଏମ୍‌ଏଲ୍‌ଏ ଆସିଗଲେ ଆମେ ୬୦ରେ ପହଞ୍ଚିଯିବା। ଦରକାର ପଡ଼ିଲେ ବରଂ ଆମେ କଂଗ୍ରେସ ସହିତ ହାତ ମିଶାଇ ଦେବା ଓ ନୂଆ ସରକାର କରି ଦେବା। ବିଜେପିକୁ ବିଦା କରି ଦେବା। ଏଇଟା କଥାରେ ମୁଁ କହିଲି…।

Breaking News