ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ୬ ଲକ୍ଷ ୬୫ ହଜାର ଘର ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ହେଲେ ତାହା ହେଲାନି ବୋଲି ପ୍ରତାପ ଜେନା ଅଭିଯୋଗ ଆଣି ଏହା କହିଛି | ସେହିପରି ବାତ୍ୟା ‘ଫନି’ ସମୟରେ ୫ ଲକ୍ଷ ଘର ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏନେଇ ରାଜ୍ୟ ସରକାର ୧ ଲକ୍ଷ ୮୪ ହଜାର ଘର ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ତାହା ବି ମିଳିନଥିବା ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି। ବରଂ ବିଜେପି ଶାସିତ କର୍ଣ୍ଣାଟକକୁ ୨୫ ଲକ୍ଷ ୪୦ ହଜାର ଘର ଅନୁମୋଦନ କରାଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କେବଳ ବିଜେପି ଶାସିତ ରାଜ୍ୟକୁ କେନ୍ଦ୍ର ଗୁରୁତ୍ୱ ଦେଉଛନ୍ତି। ସଂଘୀୟ ବ୍ୟବସ୍ଥାରେ ଏପରି ପାନ୍ତରଅନ୍ତର ଆଦୌ ଗ୍ରହଣୀୟ ନୁହେଁ। ଏନେଇ ପ୍ରତାପ ଜେନା କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ଆବାସ ପ୍ଲସ୍ରେ ଏକାଥରକେ ୬ ଲକ୍ଷ ୬୫ ହଜାର ଓ ‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧ ଲକ୍ଷ ୮୪ ହଜାର ଘର ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..