ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅହେତୁକ ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ ସମୟ ଦେଇଛି ବିଜେଡି। ୩୦ ତାରିଖ ମଧ୍ୟରେ ଗ୍ୟାସ୍ ଦର ହ୍ରାସ ନକଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି । ଏନେଇ ପ୍ରେସମିଟରେ ବିଧାୟକ ବ୍ୟୋମକେଶ ରାୟ, ଦେବୀରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା । ଏହା ସତ୍ତ୍ୱେ ଦର କମିଲାନି, ୩୦ ଭିତରେ ନକମିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ବିଜେଡି କହିଛି | ବିଶେଷକରି ରନ୍ଧନ ଗ୍ୟାସର ଦର ବୃଦ୍ଧି ବିଶ୍ୱର କୌଣସି ଏତେ ଦ୍ରୁତ ବେଗରେ ବଢିନାହିଁ। ୨୦୧୪ରେ ଯେତେବେଳେ ବିଜେପି କ୍ଷମତାକୁ ଆସିଥିଲେ ଗ୍ୟାସ ସିଲିଣ୍ଡର ଦର ୪୧୪ ଟଙ୍କା ଥିଲା। ଗତ ୭ ବର୍ଷ ମଧ୍ୟରେ ୨ଗୁଣରୁ ଅଧିକା ହୋଇ ଆସି ୯୩୦ ଟଙ୍କାକୁ ଛୁଇଁଲାଣି। ଏପରିକି କରୋନା କାଳରେ ପର୍ଯ୍ୟାୟ କ୍ରମେ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଇଛି। ରନ୍ଧନ ଗ୍ୟାସ୍ର ମୂଲ୍ୟକୁ ଅହେତୁକ ଦର ବୃଦ୍ଧି କରାଯାଇ କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିସାରିଲେଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହାର ପ୍ରତିବାଦରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ତଥାପି କେନ୍ଦ୍ରର ନିଦ ଭାଙ୍ଗୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..