ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ସରକାରୀ ଘର ଭଙ୍ଗା ହେଉଛି | ବିଜେଡି କ୍ଷମତାଚ୍ୟୁତ ହେବା ପରେ ସେହି ଅବୈଧ ନିର୍ମାଣକୁ ଗତ ପ୍ରାୟ ୧୫ ଦିନ ହେଲା ଭଙ୍ଗା ଚାଲିଛି | ୯ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିଲା ଆଲିଶାନ ଘର | ସରକାରୀ ଘରକୁ ରି ମୋଡେଲ କରିଥିଲେ ବବି ଦାସ | ଘର ଭିତରେ ଅଣ୍ଡର ଗ୍ରାଉଣ୍ଡ ଥିବା ଚର୍ଚ୍ଚା ହେଉଥିବା ବେଳେ ତାକୁ ଭଙ୍ଗାଯାଇଛି | ଦୁର୍ନୀକିକୁ ଲୁଚାଇବା ପାଇଁ ପ୍ରମାଣ ନଷ୍ଟ ଉଦ୍ଧେଷ୍ୟରେ ଘରକୁ ମାଟିରେ ମିଶା ଯାଉଥିବା ଚର୍ଚ୍ଚା ଜୋର ଧରିଛି | କ୍ୱାର୍ଟର୍ସ ଭଙ୍ଗାକୁ ନେଇ ପ୍ରଶ୍ନ ଉଠିବା ପରେ ଭିଡିଓ ବାର୍ତ୍ତା ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ । ଏନେଇ ସେ କହିଛନ୍ତି, ନିୟମ ଅନୁସାରେ ଭଙ୍ଗା ଯାଉଛି । ଜିଏ ବିଭାଗ ନୋଟିସ କରିଥିବାରୁ ୧୫ ତାରିଖ ସୁଦ୍ଧା କ୍ୱାର୍ଟର୍ସ ଛାଡ଼ିଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସାଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନ୍ସନ୍ କରିଥିଲି। ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡ଼ିବେ। ଏବେ ମୁଁ ପୁଣି ଥରେ ଉକ୍ତ କ୍ୱାର୍ଟର୍ସକୁ ପୂର୍ବ ପରି ଫେରାଇବି । ଏହାକୁ ନେଇ ଅଯଥା ରାଜନୀତି କରନ୍ତୁ ନାହିଁ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……