ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ୩୭ ନମ୍ବର ଓ୍ୱାର୍ଡର କର୍ପୋରେଟର ବନ୍ଦିତା ପାଲ ମଧ୍ୟ ବିଜେଡି ଛାଡ଼ିଛନ୍ତି। ଆଜି ବିଜେଡି ଛାଡିବା ପରେ ସେ ବିଜେପିରେ ଯୋଗଦେଇଛନ୍ତି। ବନ୍ଦିତାଙ୍କ ସ୍ଵାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ଓ ଛାତ୍ର ବିଜେଡ଼ିର ଉପସଭାପତି ପ୍ରଭୁ ଦତ୍ତ ସାମଲ ମଧ୍ୟ ବିଜେପିରେ ସାମିଲ ହେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହାସହ ରାୟଗଡାରୁ କିଛି ସରପଞ୍ଚ ଓ ସମିତିସଭ୍ୟ ତଥା ବିଜେଡିର କିଛି ନେତା ବିଜେପିରେ ଯୋଗ ଦେଇଛନ୍ତି। ତେବେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଲା ପରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ। ଲୋକଙ୍କ କାମ କରିବା ପାଇଁ ଅନନ୍ତ ତାଙ୍କୁ ସମର୍ଥନ କରୁନଥିଲେ। ବିଜେଡ଼ି ମଧ୍ୟ ଲୋକଙ୍କ କାମ କରିବା ପାଇଁ ସୁଯୋଗ ଦେଉନଥିଲା ବୋଲି ସେ କହିଛନ୍ତି। ଏହାସହ ତଳସ୍ତରର ଜନ ପ୍ରତିନିଧିଙ୍କ ପ୍ରତି ଉପରସ୍ତରର ଜନ ପ୍ରତିନିଧିଙ୍କ ସମର୍ଥନ ରହୁ ନଥିଲା। ଯେଉଁ ଦଳ ଲୋକାଭିମୁଖୀ କାର୍ଯ୍ୟରେ ବାଧା ଦେଉଛି, ସେ ଦଳ ଛାଡ଼ି ଦେବା ଉଚିତ ବୋଲି କହିଛନ୍ତି ବନ୍ଦିତା। ଖାଲି ସେତିକି ନୁହେଁ, ଯେଉଁମାନେ ଲୋକଙ୍କ କାମକୁ ବିରୋଧ କରୁଛନ୍ତି, ସେ ଦଳକୁ ପ୍ରତ୍ୟାଖିତ କରିଛି । ଲୋକ ସବୁ ଜାଣିଛନ୍ତି, ଲୋକଙ୍କ ହିଁ ବିଜେପି ସରକାରକୁ ବାଛିଛନ୍ତି ବୋଲି ସେ କହିଛନ୍ତି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..