ରିପୋର୍ଟ କାର୍ଡ / ଗଞ୍ଜାମ
ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର। ଗତକାଲି ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଲଳିତଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଲଳିତ ସେଠାରୁ ନିଜ ବାଇକରେ ପଳାଇ ଆସିଥିଲେ। ଘରକୁ ଫେରିଲା ବେଳେ ସଂପୃକ୍ତ ଯୁବକ ଜଣଙ୍କ ଲଳିତ ବାଇକ୍କୁ କାର୍ରେ ପିଛା କରିଥିଲା। ଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଞ୍ଚଳରେ ତାଙ୍କ ଉପରେ କାର୍ ମଡ଼ାଇ ଦେଇଥିଲା। ପରେ ନିଜ କାର୍ରେ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲା ସଂପୃକ୍ତ ଯୁବକ। ପରେ ସେଠାରୁ ଫେରାର ହୋଇଯାଇଥିଲା। ଡାକ୍ତରଖାନାରେ ଲଳିତଙ୍କର ମୃତ୍ୟୁ ଘଟିଥିଲା।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..