ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ସମ୍ମାନ ପାଇ ଆସନ୍ତାକାଲି ଓଡିଶା ଫେରୁଛନ୍ତି | ଭୁବନେଶ୍ବରରେ ବିଜେଡି ପକ୍ଷରୁ ଏକ ବିଶାଳ ସ୍ବାଗତ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଦଳୀୟ ସାଂସଦ, ବିଧାୟକ ଓ ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଏଥିପାଇଁ ପ୍ରସ୍ତୁତି କରିଛନ୍ତି। ରାଜ୍ୟର ସବୁ ଅଞ୍ଚଳରୁ କର୍ମୀମାନଙ୍କୁ ଭୁବନେଶ୍ବର ଆଣିବା ପାଇଁ ବିଧାୟକମାନେ ବ୍ୟବସ୍ଥା କରିଛନ୍ତି। ବଡ ଶୁଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେବେ। ସ୍ୱାଗତ ଶୋଭାଯାତ୍ରା ପାଇଁ କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି | ୫୦ ହଜାର ଲୋକ ସ୍ୱାଗତ ପାଇଁ ଆସିବାକୁ ଥିବାବେଳେ ସବୁ ଛକରେ ପୋଲିସ ଫୋର୍ସ ମୁତୟନ ହେବେ | ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଓ ଅନ୍ୟ ଯାତ୍ରୀଙ୍କ ଯିବା ଆସିବା ରେ ଯେଭଳି କୌଣସି ଅସୁବିଧା ନ ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି | ୧ ଘଣ୍ଟାର କାର୍ଯ୍ୟକ୍ରମ ଥିବାବେଳେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ | ୧୦୦ ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ |






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……