ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାବୁଲରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୁଷ ଦୂତାବାସ ନିକଟରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୨ ରୁଷ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାବୁଲ ସହରର ଦାରୁଲ ଅମାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ, ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। କୁହାଯାଉଛି ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷା ଗାର୍ଡମାନେ ଆକ୍ରମଣ କାରୀଙ୍କୁ ଚିହ୍ନି ନେଇଥିଲେ। ସେମାନେ ଆକ୍ରମଣକାରୀଙ୍କୁ ଗୁଳି ମାଡ ମଧ୍ୟ କରିଥିଲେ। କିନ୍ତୁ ଅଚାନକ ବିସ୍ଫୋରଣ ଘଟିଥିଲା।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..