ରିପୋର୍ଟ କାର୍ଡ / ଭୁବନେଶ୍ବର
ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାରକୁ କଡା ନିନ୍ଦା କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ଏନେଇ ଆଜି ରାଜଭବନ ସମ୍ମୁଖରେ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାରେ ପୋଲିସର ସଂପୃକ୍ତି ଥିବାରୁ ପୋଲିସ ତଦନ୍ତ ଉପରେ ଦଳର ଭରସା ନାହିଁ। ଏଥିପାଇଁ ବଚାର ବିଭାଗୀୟ ତଦନ୍ତ କରି ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରିଛି ବିଜେଡି। ଥାନାରେ ସିସିଟିଭି ପୂର୍ବରୁ ଥିବାବେଳେ ଏବେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଥିବା ବେଳେ ଶହେ ଦିନର ସରକାର କେବଳ ରଙ୍ଗ ବଦଳାଇବାରେ କାମ କରୁଛନ୍ତି ବୋଲି ବିଜେଡି କହିଛି। ଘଟଣା ନେଇ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..